ନେପାଳ: ଭୋଟ ଦେଉଛି ନେପାଳ। ନେପାଳରେ ଆଜି ସାଧାରଣ ନିର୍ବାଚନ । ପ୍ରାୟ ୧ କୋଟି ୯୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଚଳିତ ନିର୍ବାଚନରେ ୧୨୦ରୁ ଅଧିକ ଦଳ ମଇଦାନରେ ଅଛନ୍ତି । ମୋଟ ୨୭୫ଟି ଆସନ ପାଇଁ ଭୋଟ ହେଉଛି । ନିର୍ବାଚନ ପାଇଁ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଦେଶର ମୋଟ ୧ କୋଟି ୮୯ ଲକ୍ଷ ଭୋଟ ମଧ୍ୟରେ ୮ ଲକ୍ଷରୁ ଅଧିକାଂଶ ଯୁବପିଢି ଅଛନ୍ତି । ୨୦୨୫ ସେପ୍ଟେମ୍ବର ମାସରେ ନେପାଳର ଯୁବପିଢ଼ି ବା ଜେନ Z ଏକ ବିରାଟ ଆନ୍ଦୋଳନ କରିଥିଲେ।
ଦୁର୍ନୀତି, ବେକାରୀ ଏବଂ ପରିବାରବାଦ ବିରୋଧରେ ହୋଇଥିବା ଏହି ବିଦ୍ରୋହ ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ବର୍ତ୍ତମାନ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କିଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଚାଲିଛି । ଏହି ନିର୍ବାଚନ ହିଁ ସ୍ଥିର କରିବ ଯେ ଆନ୍ଦୋଳନର ସେହି ନିଆଁ ବାସ୍ତବରେ ରାଜନୈତିକ ପରିବର୍ତ୍ତନ ଆଣିପାରୁଛି କି ନାହିଁ ।
