ଟିଟିଲାଗଡ଼: ୫ଜଣଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ପିକଅପ୍ ଭ୍ୟାନ୍ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବରଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ଯୁବକ ଚାଲି ଚାଲି ଯାଉଥିବାବେଳେ ଏକ ବୋଲେରୋ ଧକ୍କା ଦେଇଥିଲା । ପରେ କିଛି ଦୂରରେ ଥିବା ଅନ୍ୟ ୩ଜଣ ଯୁବକଙ୍କୁ ଧକ୍କା ଦେଇଥିଲା ବୋଲେରୋ । ପରେ ଏକ ଗଛରେ ପିଟିହୋଇଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
