ଭୁବନେଶ୍ୱର : ରାଜଧାନୀରେ ଥରହର କରୁଛନ୍ତି ଅପରାଧୀ । ବେଧଡ଼କ ଭାବେ ସର୍ବସାଧାରଣରେ ଖଣ୍ଡା ଭୁଜାଲି ବୁଲାଇ ଆତଙ୍କ ଖେଳାଉଛନ୍ତି। ସହରରେ ଭୟର ମାହୋଲ ତିଆରି କରୁଛନ୍ତି ଅପରାଧୀ । ଦିନ ଦ୍ବିପହରେ ଲୁଟ, ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ସୁନା ଦୋକାନରୁ ଲୁଟ୍ । ଭଗବାନପୁରରେ ଖଣ୍ଡାରେ ଆକ୍ରମଣ, କଳିଙ୍ଗ ବିହାରରେ ଗହଣା ଦୋକାନରୁ ଲୁଟ୍ । ଚନ୍ଦ୍ରଶେଖରପୁରରେ ବରିଷ୍ଠ ନାଗରିକଙ୍କ ବେକରୁ ସୁନା ଚେନ ସ୍ନାଚିଂ ।
ଭୁବନେଶ୍ୱରରେ ବେକାବୁ ଅପରାଧ ପରେ ଅଣ୍ଟା ଭିଡ଼ିଛି ପୋଲିସ । ଏବେ ଅପରାଧୀଙ୍କୁ ସାବାଡ଼ ପାଇଁ ଅଣ୍ଟା ଭିଡ଼ିଛି ପୋଲିସ। ବେକାବୁ ଅପରାଧ ପଛରେ ପାଞ୍ଚ ପ୍ରମୁଖ କାରଣ । ଅପରାଧୀଙ୍କ ଉପରେ ନଜର ରଖିବାକୁ ସଠିକ ଭାବେ ଅପରେଟ୍ ହେଉନି କ୍ରାଇମ୍ କ୍ରିମିନାଲ ଟ୍ରାକିଂ ସିଷ୍ଟମ । ଜେଲ ଭିତରେ ଓ ବାହାରେ,କଏଦୀଙ୍କ ଉପରେ ରହୁନି ପୋଲିସର କଡ଼ା ନଜର। ପେସାଦାର ଅପରାଧୀ ସହ ହାତ ମିଳାଉଛନ୍ତି ଯୁବପିଢ଼ି ଓ ନାବାଳକ । ଆଗଭଳି ରାତି ଅଧିଆ ନାକାବନ୍ଦୀ ହେଉନି । ଡ୍ରଙ୍କ ଆଣ୍ଡ ଡ୍ରାଇଭ୍, ଚେକିଂ ଓ ଵ୍ଲକିଂ ହେଉନି । ନୂଆ ଷ୍ଟ୍ରିଟ କ୍ରାଇମ୍ ପ୍ରତି ରହୁନି ପୋଲିସର ଆଗୁଆ ନଜର । ଏସବୁ ଭିତରେ ସାବାଡ଼ ପାଇଁ ଅଣ୍ଟା ଭିଡ଼ିଛି ପୋଲିସ। ଥାନା ଅଞ୍ଚଳର କିଛି ପେଷାଦାର ଅପରାଧୀଙ୍କୁ ତାଲିକା ପ୍ରସ୍ତୁତ କରୁଛି ପୋଲିସ। ସେମାନଙ୍କ ନାଁରେ ବିଏନଏସ ଦଫା ୧୨୯ ଲଗାଇବ ପୋଲିସ ।
