ବ୍ରହ୍ମପୁର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରାଜେନ୍ଦ୍ରଙ୍କୁ ଜାମିନ । ପ୍ରଥମ ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ୍ ପ୍ରଦାନ କରାଯାଇଛି । ଏହାସହ ବିଭିନ୍ନ ସର୍ତ୍ତ ରଖିଛନ୍ତି କୋର୍ଟ ।
ସେପଟେ ଅନ୍ୟତମ ଅଭିଯୁକ୍ତ ଶୂନ୍ୟଚନ୍ଦ୍ର ଦାସଙ୍କ ଆବେଦନକୁ କୋର୍ଟ ରଦ୍ଦ କରିଛନ୍ତ । ପୀତବାସ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ ଜଣ ଅଭିଯୁକ୍ତ ରହିଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଗୁଳି କରି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଏକ ଦୋକାନ ନିକଟରେ ବାଇକ୍ ଛାଡି ବସ ଯୋଗେ ଭୁବନେଶ୍ୱର ପଳାଇଥିଲେ ଅଭିଯୁକ୍ତ । ସେହି ଅଞ୍ଚଳର ରାଜେନ୍ଦ୍ର ସାହୁ ସେହି ବାଇକର ବିଭିନ୍ନ ପାର୍ଟସକୁ ଖଣ୍ଡ ଖଣ୍ଡ କରି ବିକି ଦେଇଥିଲା । ପୋଲିସ ତଦନ୍ତ କରି ଜାଣିବା ପରେ ରାଜେନ୍ଦ୍ର କୁ ଗିରଫ କରିଥିଲା ।
