ଉମରକୋଟ : ନବରଙ୍ଗପୁର ଜିଲ୍ଲାର ୪ ବ୍ଲକରେ ବନ୍ଦ ଡାକରା । ଧାନ ମଣ୍ଡି, ମକା ଅଭାବୀ ବିକ୍ରି ଭଳି ବିଭିନ୍ନ ସମସ୍ୟା ପାଇଁ ବନ୍ଦ ଡାକରା ଦେଇଛି ଉମରକୋଟ ସଂଗ୍ରାମ ମଞ୍ଚ । ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଚକ ଅଖ ଜାମ୍ । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି । ଗାଡ଼ି ଚଳାଚଳ ଠପ୍ ସହ ବନ୍ଦ ରହିଛି ଦୋକାନ ବଜାର । ସବ୍ -ଡିଭିଜନ ମାନ୍ୟତା, ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ ପ୍ରତିଷ୍ଠା , ଧାନମଣ୍ଡି ସମସ୍ୟା, ମକା ପ୍ରକ୍ରିୟାକରଣ ୟୁନିଟ ବସାଇବା ଦାବିରେ ବନ୍ଦ ଡାକରା ଦିଆଯାଇଛି ।
୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ଭୁ-ବନ୍ଦୋବସ୍ତ ବା ସେଟେଲମେଣ୍ଟ ହୋଇନାହିଁ । ଫଳରେ ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଲୋକେ ନିଜ ଜମିର ପଟା ପାଇବାରୁ ବଞ୍ଚିତ ହେଉଛନ୍ତି । ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା ମିଳିଥିଲେ ମଧ୍ୟ ଆବଶ୍ୟକ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହିଁ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜି ରାଜପଥକୁ ଓହ୍ଲାଇଛନ୍ତି ସଂଗ୍ରାମ ମଞ୍ଚ’ ।
