ଯାଜପୁର : ଯାଜପୁର ପାଣିକୋଇଲି ରାସ୍ତାର ଆଙ୍କୁଲା ଛକ ନିକଟରେ କୃତ୍ରିମ ବନ୍ୟା । ମୁଖ୍ୟ ରାସ୍ତା ଉପରେ ଚାଲିଲା ୪ଫୁଟ ର ପାଣି । ଯାଜପୁର ଟାଉନ ମେନ କେନାଲରେ ପାଣି ଓଭରଫ୍ଲୋ ହୋଇ ଦେଖାଦେଇଛି ଏଭଳି ସମସ୍ୟା । ଜଳ ସମ୍ପଦ ବିଭାଗର ଖାମଖିଆଲି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁର ପାଣିକୋଇଲି ମୁଖ୍ୟ ରାସ୍ତାରେ ଏବେବି ପାଣି ଚାଲିଛି । ଉପର ମୁଣ୍ଡ ଗେଟ ଖୋଲା ଥିବା ବେଳେ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁ ପାଣି ବନ୍ଧ ବୁଡି ରାସ୍ତାରେ ବହୁଥିବା ଅଭିଯୋଗ ହୋଇଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଗାଡି ମୋଟର ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି ।
