ସୁନ୍ଦରଗଡ଼ : ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ୬୦ ଲକ୍ଷ ଟଙ୍କାର ଅଫିମ ଚାଷ ନଷ୍ଟ , ୨ ଅଟକ । କୋଇଡ଼ାର କୁସୁମଡିହ ଅଞ୍ଚଳରେ ୯ଏକରରୁ ଅଧିକ ଜମିରେ ବେଆଇନ ଅଫିମ ଚାଷ କରାଯାଇଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଫିମ ଚାଷ ନଷ୍ଟ କରିଛି ପୋଲିସ । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ମାମଲାରେ ଝାଡ଼ଖଣ୍ଡ ଅଞ୍ଚଳର ଦୁଇ ଚାଷୀଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ଏମାନଙ୍କ ଲିଙ୍କ ଅଛି କି ନାହିଁ ତଦନ୍ତ କରୁଛି ପୋଲିସ୍ । ପୂର୍ବରୁ ବଣାଇ ଏରିଆ ରେ ମଧ୍ୟ ବେଆଇନ୍ ଗଞ୍ଜେଇ ଚାଷ କୁ ପୋଲିସ୍ ଏବଂ ଅବକାରୀ ବିଭାଗ ନଷ୍ଟ କରି ଦେଇଥିଲେ ।
