ବ୍ରହ୍ମପୁର : ଜଳିଗଲା ମେଗା ପାନୀୟ ଜଳ ପ୍ରକଳ୍ପର ଷ୍ଟୋର ରୁମ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଘଲଟି ଡ୍ୟାମ ନିକଟରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସାମଗ୍ରୀ ନଷ୍ଟ ହୋଇଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି l ଷ୍ଟୋର ରୁମରେ ବହୁ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଉପସ୍ଥିତ ଥିବା ଶ୍ରମିକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ଆୟତ୍ତ କରିପାରିନଥିଲେ ।
