ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଦେଶର ପ୍ରଥମ କୋଅପରେଟିଭ୍ କ୍ୟାବ୍ ସର୍ଭିସ୍ । ଯାହାର ନାମ ହେଉଛି- ଭାରତ ଟ୍ୟାକ୍ସି ଆପ୍ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଏହି ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ପୂର୍ବରୁ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିଲା ଏବଂ ଅନେକ ଲୋକ ଏହାକୁ ବ୍ୟବହାର କରିସାରିଛନ୍ତି । ପ୍ରାରମ୍ଭିକ ବ୍ୟବହାରରୁ ଜଣାପଡ଼ିଛି ଯେ ଭାରତ ଟ୍ୟାକ୍ସି କ୍ୟାବ୍ ଆପ୍, ବାଇକ୍, ଟ୍ୟାକ୍ସି ଏବଂ ଅଟୋ ବ୍ୟତୀତ ମେଟ୍ରୋ ବୁକିଂ ସର୍ଭିସ୍ ପ୍ରଦାନ କରେ, ଯାହା ଏହାକୁ ଅନ୍ୟ କ୍ୟାବ୍ ଆପ୍ ଠାରୁ ଭିନ୍ନ କରିଥାଏ । ଭାରତ ଟ୍ୟାକ୍ସି ଆପ୍ ଏକ କୋଅପରେଟିଭ୍ ମଡେଲରେ କାର୍ଯ୍ୟ କରେ, ଯାହା ଫଳରେ ଆପ୍ ଲଞ୍ଚ ହେବା ପୂର୍ବରୁ ହିଁ ବହୁତ୍ ପପୁଲାର୍ ହୋଇଥିଲା । ଦାବି କରାଯାଉଛି ଯେ ଏହାର ଭଡ଼ା ଅନ୍ୟ ପ୍ଲାଟଫର୍ମ ତୁଳନାରେ କମ୍ ଏବଂ ଡ୍ରାଇଭରମାନଙ୍କଠାରୁ କୌଣସି କମିଶନ ଆଦାୟ କରାଯାଏ ନାହିଁ । ଏହାର ଅର୍ଥ ହେଉଛି ସମସ୍ତ ରାଇଡ୍ ପେମେଣ୍ଟ ସିଧାସଳଖ ଡ୍ରାଇଭରଙ୍କ ଆକାଉଣ୍ଟକୁ ଯାଏ । ଡ୍ରାଇଭରମାନେ କେବଳ ସର୍ଭିସ୍ ପ୍ରୋଭାଇର୍ଡସ୍ ନୁହଁନ୍ତି ବରଂ ପ୍ଲାଟଫର୍ମର ଷ୍ଟେକ୍ ହୋଲ୍ଡର୍ସ ମଧ୍ୟ । ତେବେ, ଆସନ୍ତୁ ଜାଣିବା ଭାରତ ଟ୍ୟାକ୍ସି ଆପ୍ ର ସମସ୍ତ ଫିଚର୍ସ ବିଷୟରେ…
ୟୁଜର୍ସଙ୍କ ବେନିଫିଟ୍ସ ପାଇଁ, ଭାରତ ଟ୍ୟାକ୍ସି ଆପ୍ ହିନ୍ଦୀ, ଇଂରାଜୀ, ଗୁଜୁରାଟୀ ଏବଂ ମରାଠୀ ଭାଷାକୁ ସପୋର୍ଟ କରେ । ଆପ୍ ସେଟିଂସରେ ଭାଷାକୁ ସହଜରେ ପରିବର୍ତ୍ତନ କରାଯାଇପାରିବ । ଭବିଷ୍ୟତରେ ଏହି ଆପରେ ଆହୁରି ଭାରତୀୟ ଭାଷା ଯୋଡିବାର ପ୍ଲାନ୍ ଅଛି ।
ଭାରତ ଟ୍ୟାକ୍ସି ଆପ୍ ପାଇଁ ରେଜିଷ୍ଟ୍ରେସନ୍ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରି ଆପରେ ଲଗ୍ ଇନ୍ କରିବାକୁ ପଡିବ । ନମ୍ବର ଏଣ୍ଟର୍ କରିବା ପରେ, OTP ମାଧ୍ୟମରେ ଭେରିଫିକେସନ୍ କରାଯାଏ । ତା’ପରେ, ୟୁଜର୍ସଙ୍କୁ ସେମାନଙ୍କର ନାମ ଏଣ୍ଟର୍ କରିବାକୁ ପଡିବ ଏବଂ ରେଜିଷ୍ଟ୍ରେସନ୍ ଶେଷ ହେବ । ଏହା ପରେ, ଆପ୍ର ସମସ୍ତ ସର୍ଭିସ୍ ବ୍ୟବହାର କରାଯାଇପାରିବ ।
ଭାରତ ଟ୍ୟାକ୍ସି ଆପର ଇଣ୍ଟରଫେସ୍ ବହୁତ୍ ସହଜ ଏବଂ ୟୁଜର୍ସ ଫ୍ରେଣ୍ଡେଲି ରଖାଯାଇଛି । ଆପ୍ ଖୋଲିବା ମାତ୍ରେ, ସ୍କ୍ରିନ୍ରେ ଆପଣଙ୍କର ଇଚ୍ଛିତ ଗନ୍ତବ୍ୟସ୍ଥଳ ଦେଖାଯିବ । ରାଇଡ୍ ବୁକ୍ କରିବା ସମୟରେ, ଆପଣ ବିଭିନ୍ନ ଅପ୍ସନ ଦେଖିବେ, ଯେପରିକି ଭାରତ ବାଇକ୍, ଭାରତ ଅଟୋ, କ୍ୟାବ୍ ଇକୋନୋମି ଏବଂ କ୍ୟାବ୍ ପ୍ରାୟରିଟି ।
ଭଡ଼ା ଦୃଷ୍ଟିରୁ ଦେଖିବାକୁ ଗଲେ, ଭାରତ ଟ୍ୟାକ୍ସିର ଦର ଓଲା ଏବଂ ଉବର ତୁଳନାରେ କମ୍ ଥିବା ପରି ମନେ ହେଉଛି । ନୋଏଡା ଭଳି ଅଞ୍ଚଳରେ ଟ୍ୟାକ୍ସି ବୁକ୍ କରିବା ଦ୍ୱାରା କମ୍ ସମୟ ଅପେକ୍ଷା ସହିତ ଯାନବାହନ ଉପଲବ୍ଧ ଦେଖାଯାଇଥିଲା । ଏଥିସହ ଏହି ଆପରେ ବର୍ଷା, ଟ୍ରାଫିକ୍ କିମ୍ବା ପିକ୍ ଟାଇମ୍ ରେ ମଧ୍ୟ ଭଡ଼ା ଅଧିକ ଦେବାକୁ ପଡ଼ିବ ନାହିଁ ।
ଭାରତ ଟ୍ୟାକ୍ସି ଆପ୍ର ଏକ ଖାସ୍ ଫିଚର୍ସ ହେଉଛି ଏହା ମେଟ୍ରୋ ଟିକେଟ୍ ବୁକ୍ କରିବାର ଅପ୍ସନ ମଧ୍ୟ ପ୍ରଦାନ କରେ । ଟିକେଟ୍ କରିବା ପାଇଁ, ସର୍ଭିସ୍ କାଟେଗୋରୀକୁ ଯାଆନ୍ତୁ ଏବଂ ମେଟ୍ରୋ ଟିକେଟ୍ ଅପ୍ସନ ଚୁଜ୍ କରନ୍ତୁ । ଷ୍ଟେସନ୍ ଚୁଜ୍ କରିବା ପରେ, UPI ମାଧ୍ୟମରେ ପେମେଣ୍ଟ କରାଯାଇପାରିବ ।
ଭାରତ ଟ୍ୟାକ୍ସି ପ୍ରଥମେ ଦିଲ୍ଲୀ ଏବଂ ଗୁଜୁରାଟର ରାଜକୋଟରେ ଟେଷ୍ଟିଂ କରାଯାଇଥିଲା ଏବଂ ସଫଳ ହୋଇଥିଲା । ଏହାକୁ ଏବେ ଦିଲ୍ଲୀ ଏନସିଆରରେ ଲଞ୍ଚ କରାଯାଇଛି । ମୁମ୍ବାଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ସହରରେ ଆହୁରି ଲଞ୍ଚ କରାଯିବାର ପ୍ଲାନ୍ ରହିଛି ।
