ସାଲେପୁର : ଇଞ୍ଜେକ୍ସନ ଦେବା ବେଳେ ଲ୍ୟାବ ଟେକ୍ନିସିଆନଙ୍କୁ ମାଡ । ଏଭଳି ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲ୍ୟାବ ଟେକ୍ନିସିଆନ ଓ ମେଡିକାଲ ଅଫିସର ।
ସୂଚନା ଅନୁଯାୟୀ, ମାହାଙ୍ଗା ବ୍ଲକ ମଧୁପୁର ଗାଁର ଜଣେ ଯୁବକକୁ ନେଇ କିଛି ଲୋକେ ଚିକିତ୍ସା ପାଇଁ ମେଡିକାଲକୁ ଆସିଥିଲେ । ରୋଗୀଙ୍କୁ ପରୀକ୍ଷା ପରେ ଇଞ୍ଜେକ୍ସନ ଦେବାକୁ କହିଥିଲେ ଡାକ୍ତର । ଇଞ୍ଜେକ୍ସନ ଦେଲା ବେଳେ ହଠାତ ରୋଗୀ ଜଣକ ଆଟେଣ୍ଡଡାଣ୍ଟଙ୍କ କଲର ଧରି ପକାଇଥିଲେ । ଯାହାକୁ ନେଇ ରୋଗୀଙ୍କ ସହ ଆସିଥିବା ସମ୍ପର୍କୀୟ ଓ ଆଟେଣ୍ଡଣ୍ଟଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା । ଲ୍ୟାବ ଟେକନିସିଆନ ରଂଜିତ କୁମାର ମହାନ୍ତିଙ୍କୁ ବିଧା, ଗୋଇଠା ମାରି ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ରୋଗୀଙ୍କ ସମ୍ପର୍କୀୟ । ଏହା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଜୟପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଲ୍ୟାବ ଟେକ୍ନିସିଆନ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
