ମାଲକାନଗିରି: ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ । ଅଡିଓ ବାର୍ତ୍ତା ଜାରି କଲେ ଡିଜିପି ୱାଇ.ବି ଖୁରାନିଆ । ମାଓବାଦୀଙ୍କୁ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ସରେଣ୍ଡର କରିବାକୁ ଚାହୁଥିବା ମାଓବାଦୀଙ୍କୁ ସମସ୍ତ ପ୍ରକାର ସୁବିଧା ଆଉ ସୁରକ୍ଷା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି । ସରେଣ୍ଡର ପାଇଁ ଇଛୁକ ପ୍ରାର୍ଥୀ ଟେଲିଫୋନ ନମ୍ବର 9437643839ରେ ଯୋଗାଯୋଗ କରନ୍ତୁ ବୋଲି ମାଓ ସଂଗଠନକୁ ଡିଜିପି ୱାଇ ବି ଖୁରାନିଆ ଆହ୍ୱାନ କରିଛନ୍ତି।
ଅନ୍ୟପଟେ ମାଓ ସଂଗଠନର କମ୍ରେଡ଼ ନିତୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଅନ୍ୟ ମାଓବାଦୀଙ୍କୁ ଓଡିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ସବୁ ପ୍ରକାର ସାହାଯ୍ୟ ସହଯୋଗ ମିଳିବ। ଆଉ ପୂର୍ବ ଭଳି ମାଓ ସଙ୍ଗଠନ ସୁଦୃଢ଼ ନାହିଁ।
ଅନେକ ମାଓବାଦୀ ଆତ୍ମସମର୍ପଣ କଲେଣି। ପୂର୍ବ ମାଓ ସଙ୍ଗଠନରେ କିଛି ମାଓବାଦୀ ଅଛନ୍ତି । ସେମାନେ ପୋଲିସ ଆଗରେ ଆତ୍ମସମର୍ପଣ କଲେ ସବୁ ପ୍ରକାର ସୁବିଧା ସହଯୋଗ ପାଇ ପାରିବେ। ନଚେତ ବିପଦରେ ପଡିବା ସୁନିଶ୍ଚିତ ବୋଲି ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟ କମିଟି ସଦସ୍ୟ କମ୍ରେଡ଼ ନିତୁ ।
