ବରୋଦାର ରାଣୀ ରାଧିକାରାଜେ ଗାଏକୱାଡ ପୁଣିଥରେ ତାଙ୍କର ରାଜକୀୟ ସୌନ୍ଦର୍ଯ୍ୟ ଏବଂ ସରଳ ଶୈଳୀ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଲକ୍ଷ୍ମୀ ବିଳାସ ପ୍ୟାଲେସରେ ଆୟୋଜିତ ହୋଇଥିବା ଏକ ସ୍ପେଶାଲ୍ ଡିନର ଇଭେଣ୍ଟରେ ତାଙ୍କର ରାଜକୀୟ ଶୈଳୀ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ମହିଳା କ୍ରିକେଟରମାନଙ୍କ ସହିତ ସମୟ ବିତାଇଥିଲେ । ଏହି ଡିନର ଇଭେଣ୍ଟଟି ବିଶେଷ ଭାବରେ ୟୁପି ୱାରିୟର୍ସ ମହିଳା ଟିମ୍ ପାଇଁ ଆୟୋଜିତ ହୋଇଥିଲା । ଏଥିସହିତ ଏହାକୁ ମହିଳା କ୍ରିକେଟ ଟିମକୁ ସମ୍ମାନିତ କରିବାର ଏକ ସୁନ୍ଦର ପଦକ୍ଷେପ ବୋଲି ବିବେଚନା କରାଯାଉଛି ।
ଏହାରି ମଧ୍ୟରେ ପୁରା ଉତ୍ତର ପ୍ରଦେଶର ୱାରିୟର୍ସ ଟିମ୍ ଉପସ୍ଥିତ ଥିଲା । ଖେଳାଳିମାନେ ସେମାନଙ୍କ ଟିମ୍ ଜର୍ସି ସହିତ ଜିନ୍ସ ଏବଂ ଟ୍ରାଉଜର ଭଳି ଆରାମଦାୟକ ଆଉଟଫିଟରେ ନଜର ଆସିଥିଲେ । ପଡ଼ିଆରେ ଆକ୍ରମଣାତ୍ମକ ଖେଳ ଦେଖାଉଥିବା ଏହି ଖେଳାଳି ଡିନର ସମୟରେ ଖୁବ୍ ଖୁସି ଥିବା ନଜର ଆସିଥିଲେ । ମହିଳା କ୍ରିକେଟରଙ୍କ ପାଇଁ ରାଣୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି ରୟାଲ ଡିନର ଇଭେଣ୍ଟଟି ଖେଳ ଏବଂ ଖେଳାଳିମାନଙ୍କ ପ୍ରତି ସମ୍ମାନ ଏବଂ ସମର୍ଥନର ପ୍ରତୀକ ପାଲଟିଗଲା ।
ଏଥିସହ ଏହି ବିଶେଷ ସନ୍ଧ୍ୟା ପାଇଁ ମହାମହିମ ରାଣୀ ରାଧିକାଜେ କଲରଫୁଲ ଶାଢୀ ବାଛିଥିଲେ । ଯେଉଁଥିରେ ନୀଳ, ସବୁଜ, ହଳଦିଆ ଏବଂ କମଳା ରଙ୍ଗର ଭଳି ଅନେକ ରଙ୍ଗୀନ ଶାଢ଼ୀ ସାମିଲ ଥିଲା । ଶାଢ଼ୀର ଡିଜାଇନ୍ ଏକ କିସି ପେଣ୍ଟିଂ ପରି ଥିଲା । ଯାହା ଖୁବ୍ ଆକର୍ଷଣୀୟତା ସୃଷ୍ଟି କରିଥିଲା । ଭାରୀ କାରୁକାର୍ଯ୍ୟ ବିନା ମଧ୍ୟ, ଶାଢ଼ୀଟି ସମ୍ପୂର୍ଣ୍ଣ ଭାବରେ ରାଜକୀୟ ସୌନ୍ଦର୍ଯ୍ୟକୁ ପ୍ରକାଶ କରିଥିଲା । ଯାହା ମହାମହିମଙ୍କୁ ଖୁବ୍ ସ୍ୱତନ୍ତ୍ର ଲୁକ୍ ଦେଇଥିଲା । ଖୋଲା ପଲ୍ଲୁ ଷ୍ଟାଇଲ୍ ଏବଂ ନାଜୁକ ଡ୍ରେପିଂ ତାଙ୍କୁ ଏକ ମର୍ଡନ ଏବଂ କ୍ଲାସି ଲୁକ୍ ଦେଇଥିଲା । ଯାହା ଏକ ଫର୍ମାଲ ଡିନର ପାଇଁ ଉପଯୁକ୍ତ ।
ଏହା ବ୍ୟତୀତ ରାଣୀ ହାଲକା ଅଳଙ୍କାର ସହିତ ତାଙ୍କ ଲୁକକୁ କମ୍ପ୍ଲିଟ୍ କରିଥିଲେ । ତାଙ୍କ ସେହି ଲୁକରେ ଇୟର ରିଙ୍ଗ୍ସ, କଙ୍କଣ ଏବଂ ଘଣ୍ଟା ପିନ୍ଧିଥିଲେ । ହାଲକା ଆଇଲାଇନର୍ ସହ ଗୋଟିଏ ଛୋଟ ବିନ୍ଦି ତାଙ୍କ ଖାସିୟତକୁ ବଢାଇ ଦେଇଥିଲା ।
ଅନ୍ୟପଟେ ଏହି ଘଟଣା ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା ଯେ, ମହିଳା କ୍ରିକେଟ୍ ଆଉ କେବଳ ପଡ଼ିଆରେ ସୀମିତ ନୁହେଁ । ବରଂ ସମାଜର ପ୍ରତ୍ୟେକ ବର୍ଗରୁ ସମ୍ମାନ ଏବଂ ସମର୍ଥନ ପାଉଛି । ୟୁପି ୱାରିୟର୍ସ ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ଦ୍ୱାରା ଦେଶ ପାଇଁ ଗୌରବ ଆଣୁଥିବା ବେଳେ, ଏହିପରି ଘଟଣା ସେମାନଙ୍କର ଆତ୍ମବିଶ୍ୱାସକୁ ଆହୁରି ମଜବୁତ କରିଛି । ମହାମହିମ ରାଣୀ ରାଧିକାରାଜେ ଏବଂ ମହିଳା କ୍ରିକେଟରଙ୍କ ମଧ୍ୟରେ ଏହି ସାକ୍ଷାତକୁ କ୍ରୀଡ଼ା ଏବଂ ପରମ୍ପରାର ଏକ ସୁନ୍ଦର ମିଶ୍ରଣ ଭାବରେ ମନେ ରଖାଯିବ ।
