ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ୨୦୨୫-୨୬’ (Economic Survey) ଉପସ୍ଥାପନ କରିଛନ୍ତି । ୨୦୨୭ ମସିହାରେ ଜିଡିପି ଅଭିବୃଦ୍ଧି ୬.୮ରୁ ୭.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି ।
ସେହିପରି ୨୦୨୬ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୪% ରହିବ । ଅର୍ଥନୈତିକ ସର୍ଭେ ହେଉଛି ଦେଶର ଅର୍ଥନୀତିର ବିସ୍ତୃତ ରିପୋର୍ଟ କାର୍ଡ । ଏଥିରୁ ବିଗତ ବର୍ଷରେ ଦେଶର ଆର୍ଥିକ ଅବସ୍ଥା କିପରି ଥିଲା ତାହା ଜଣାପଡେ । ସାଧାରଣ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଏହି ରିପୋର୍ଟ ଆସିଥାଏ । ଏଥିରେ ଆଗାମୀ ବର୍ଷ ପାଇଁ ଦେଶର ବିକାଶ ହାର କେତେ ରହିବ ଓ କେଉଁ କ୍ଷେତ୍ରରେ ସୁଧାର ଆବଶ୍ୟକ, ସେନେଇ ସୂଚନା ମିଳିଥାଏ । ଏଥିରେ କୃଷି, ଶିଳ୍ପ, ବ୍ୟାପାର ଏବଂ ଦରବୃଦ୍ଧି ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଶ୍ଳେଷଣ କରାଯାଏ । ରବିବାର ଲୋକସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ । ନିର୍ମଳାଙ୍କ ଲଗାତାର ନବମ ବଜେଟ୍ ହେବ ।
