ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାର ଜସିଡିହ ଅଞ୍ଚଳରେ ଏକ ରେଲୱେ କ୍ରସିଂରେ ବଡ଼ ଦୁର୍ଘଟଣା ଘଟିଛି । ଟ୍ରକ୍ ଟି ରାସ୍ତା ପାରି ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ । ଫଳରେ ଦୁର୍ଘଟଣାରେ ଅନେକ ଲୋକ ଆହତ ହେବାର ଆଶଙ୍କା କରାଯାଉଛି ।
ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ ଦେଓଘର ଜିଲ୍ଲାର ଜସିଡିହ-ହାୱଡା ରେଳ ଲାଇନରେ ଟ୍ରେନଟି ଟ୍ରକକୁ ଧକ୍କା ହୋଇଥିଲା । ଟ୍ରକକୁ ଧକ୍କା ଦେବା ଫଳରେ ଦୁଇଟି ମୋଟରସାଇକେଲ କ୍ଷତିଗ୍ରସ୍ତ ହୋଇଛି ଏବଂ ଜଣେ ବାଇକ ଚାଳକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ । ଦୁର୍ଘଟଣା ପରେ ଏକ ଘଣ୍ଟାରୁ ଅଧିକ ସମୟ ପାଇଁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଆସାନସୋଲ୍ ରେଳ ଡିଭିଜନର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ । ରେଳ ପ୍ରଶାସନ ଟ୍ରାକ୍ ସଫା କରିଥିଲେ, ଯାହା ପରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା । ସକାଳ ପ୍ରାୟ 10:55 ସମୟରେ ଅପ୍ ଲାଇନକୁ ପୁନଃ ଖୋଲାଯାଇଥିଲା ।
