କଟକ: ଚୌଦ୍ଵାର ମଣ୍ଡଳ କାରାଗାରରରୁ ୨ କଏଦୀ ଫେରାର ଘଟଣାରେ ତେଜୁଛି ବିବାଦ । ପୂର୍ବତନ ଜେଲର ଓ ବର୍ତ୍ତମାନର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ଚାଲିଛି ଛାୟା ଯୁଦ୍ଧ । ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ନାଁରେ ଚୌଦ୍ବାର ଥାନାରେ ପାଲଟା ଏତଲା ଦେଇଛନ୍ତି ସୁପରିଣ୍ଟେଣ୍ଡେଣ୍ଟ ସୁଜିତ୍ କୁମାର ରାଉଳ ।
କଏଦୀ ଖସାଇଦେଇଥିବା ଅଭିଯୋଗ ନେଇ ସୁପରିଣ୍ଟେଣ୍ଡେଣ୍ଟ ସୁଜିତଙ୍କ ନାଁରେ ପୂର୍ବରୁ ଏତଲା ଦେଇଥିଲେ ସନ୍ତୋଷିନୀ । ଯାହାକୁ ପ୍ରତିବାଦ କରି ପାଲଟା ଏତଲା ଦେଇଛନ୍ତି ସୁଜିତ । ଏହାସହ ସନ୍ତୋଷିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣାଇଛନ୍ତି ।
