ଭୁବନେଶ୍ୱର : ବ୍ରାଉନସୁଗାର ଡିଲ ବେଳେ ମାଡ଼ି ବସିଲା ପୋଲିସ । ପ୍ରେମୀ ଯୁଗଳ ଆଢ଼ୁଆଳରେ ଚାଲୁଥିଲା ଡିଲ୍ । ଭରତପୁର ଥାନା ବଗ ପାର୍କରୁ ଦୁଇ ଜଣ ବେପାରିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଦୁଇ ଜଣ ବ୍ରାଉନସୁଗାର ବେପାରୀ ଶ୍ରିକାନ୍ତ ମିଶ୍ର ଓ ଖଗେଶ୍ବର ସାହୁକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଦୁହିଁଙ୍କ ଠୁ ୧୨ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୁଲ୍ୟ ୧ଲକ୍ଷ ୨୦ହଜାର ଟଙ୍କା ।
ତେବେ ଖଗେଶ୍ବରର ଘର ନୟାଗଡ଼, ସେ ଆସି ପାଣ୍ଡରାର ଶ୍ରୀକାନ୍ତ ଠୁ ବ୍ରାଉନସୁଗାର ନେବା ବେଳେ ଉଭୟଙ୍କୁ କାବୁ କରାଯାଇଛି । ଉଭୟ ବ୍ୟବହାର କରୁଥିବା ଗୋଟିଏ ସ୍କୁଟି ଓ ବାଇକ ଜବତ କରିଛି ପୋଲିସ । ଅନେକ ସମୟରେ ପାର୍କ ଭିତରେ ଏଭଳି ଡିଲ କରୁଥିବାର ଖବର ପାଇଥିଲା ପୋଲିସ୍ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ପୋଲିସ ଠୁ ବର୍ତ୍ତିବାକୁ ଏପରି ବ୍ରାଉନସୁଗାର ଡିଲ କରୁଥିଲେ । ଏମାନଙ୍କ ନାଁରେ ପୁର୍ବରୁ ମଧ୍ୟ ବ୍ରାଉନସୁଗାର କାରବାର ନେଇ କେସ ରହିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
