କଟକ : କୋର୍ଟଙ୍କ ନିର୍ଦ୍ଦେଶର କପି ପାଇଛନ୍ତି । ଆଜି ଠାରୁ ଆଉ ମଞ୍ଚ ଉପରକୁ ଯିବେ ନାହିଁ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯିବେ ନାହିଁ । କୋର୍ଟ ଅର୍ଡର କପି ପାଇଲେ ଯାତ୍ରା ଷ୍ଟାର ପୀୟୂଷ। ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ରହିଛି ନିର୍ଦ୍ଦେଶ । ପୀୟୂଷଙ୍କ ପ୍ରତିକ୍ରିୟା, ମୁଁ କୋର୍ଟରେ ହଜାର ହେବି । ନ୍ୟାୟପାଳିକା ଉପରେ ଭରସା ରହିଛି।ଘଟଣା ସେତେ ବଡ଼ ନୁହେଁ, ଯାହା ହେବ ଭଲ ହେବ ।
୬ମାସର ବ୍ୟବଧାନ ପରେ ଗତ ୬ ତାରିଖରେ ‘ଯାତ୍ରା ସିଂହବାହିନୀ’ ପକ୍ଷରୁ ପରିବେଷିତ ନାଟକ ‘ତୁ ମୋ ବଜରଙ୍ଗୀ’ରେ ମଞ୍ଚକୁ ଚଢ଼ିଥିଲେ । କିନ୍ତୁ ଏହାପରେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ କରିଥିଲେ, ପୀୟୂଷଙ୍କ ସହ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି ଥିବା ସତ୍ତ୍ୱେ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।
