ରେଢ଼ାଖୋଲ: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର। ଗାଡ଼ି ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ତାଙ୍କୁ ଉଦ୍ଧାର ପାଇଁ ପୋଲିସର ଉଦ୍ୟମ ଜାରି ରହିଛି । ରେଢ଼ାଖୋଲ-ବୌଦ୍ଧ ରାସ୍ତାର ପନ୍ଥେଇ ନିକଟ ବୁଲାଣିରେ ଗୋରୁ ବୋଝେଇ କଣ୍ଟେନର ଓଲଟି ପଡ଼ିଛି । ଗାଡ଼ିରେ ୫୦ରୁ ଅଧିକ ଗୋରୁ ଥିବା ବେଳେ ଏକାଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେପଟେ ଡ୍ରାଇଭର ଜଣକ ଗାଡି ଭିତରେ ଚାପି ହୋଇଥିବା ସୂଚନା I ଡ୍ରାଇଭରକୁ କଟର ସାହାଯ୍ୟରେ ଉଦ୍ଧାର କରିବାକୁ ପୋଲିସର ପ୍ରୟାସ୍ ଜାରି ରହିଛି। ଗାଡିଟି ବୌଦ୍ଧରୁ ରାଜ୍ୟ ବାହାରକୁ ଯାଉଥିଲା। ଅନୁଗୋଳ ଜିଲ୍ଲା କିଆକଟା ଥାନା ପୋଲିସ ପହଞ୍ଚି ଉଦ୍ଧାର କରିଛି ।
