ଭୁବନେଶ୍ବର: କାଲିଠୁ ସ୍ବାଭାବିକ ହେବ ମଣ୍ଡି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସମସ୍ତ ମିଲ । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଧାନ ଉଠାଇବାକୁ ନିଷ୍ପତ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ । ଆସୋସିଏସନ୍ ର ୪ ପ୍ରମୁଖ ଦାବି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଗୋଟିଏ ଦାବି ସରକାର ପୂରଣ କରିଛନ୍ତି ।
୨୦୨୩, ୨୪ ଓ ୨୫ ଆର୍ଥିକ ବର୍ଷର ପ୍ରାୟ ୧୫୦ କୋଟି ବାକିୟ ଟଙ୍କା ପୈଠ କରିବେ ସରକାର । ଏନେଇ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ୩ ଦାବି କୁ ସରକାର ଆସନ୍ତା ୧୫ ଦିନ ମଧ୍ୟରେ ପୂରଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ । ତେଣୁ ୧୫ ଦିନ ପର୍ଯ୍ୟନ୍ତ ସମସ୍ତ ମିଲ କାର୍ଯ୍ୟ ସୁରୁଖୁରରେ ଚାଲିବ । ଯଦି ଦାବି ପୁରଣ ନହୁଏ ତେବେ ୧୫ ଦିନ ପରେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ସଂଘ ।
