ଭୁବନେଶ୍ବର: ଭିଜିଲାନସ ଜାଲରେ ପୋଲିସ ବାବୁ । ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଆଇଆଇସି । ଭୁବନେଶ୍ବର ରାଜମହଲ ଛକରେ କଟକ CRRI ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଲାଞ୍ଚ ଟଙ୍କା ସହ ଧରିଲା ଭିଜିଲାନ୍ସ । IICଙ୍କ ୨ଟି ଠିକଣାରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।
ୟୁନିଟ ୧ସ୍ଥିତ ଘରୁ ମିଳିଲା ନଗଦ ୫ଲକ୍ଷ ଟଙ୍କା କ୍ୟାସ । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେ ନେଇ ଆଇଆଇସିଙ୍କୁ ଜେରା କରୁଛି ଭିଜିଲାନ୍ସ। ଏ ନେଇ ତଦନ୍ତ ଜାରି ରଖିଛି ଓଡିଶା ଭିଜିଲାନ୍ସ । ପୂର୍ବରୁ ନୟାପଲ୍ଲୀ ଥାନାର SI ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ବିଜୟ କୁମାର । ଅଧିକ ସୂଚନା ଦେଉଛନ୍ତି ଆମ ପ୍ରିନସପାଲ୍ କରେସପଣ୍ଡେଣ୍ଟ ପି.ହେମନ୍ତ କୁମାର ।
