ବରଗଡ଼ : ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାରାଜ କଂସଙ୍କ ରଂଗ ମହଲରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରୁ ହେଲିକେପଟର ଯୋଗେ ବରାହଗୋଡା ସ୍ଥିତ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିବା ପରେ ସନ୍ଧ୍ୟାରେ ମହାରାଜ କଂସଙ୍କ ରଙ୍ଗମହଲରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ତ୍ରିରସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ଆଇଜି ହିମାଂଶୁ ଲାଲ ଏବଂ ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନେତୃତ୍ୱରେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪ଜଣ ଏଏସପି, ୮ଜଣ ଡିଏସପି, ୧୫ଜଣ ଇନ୍ସପେକ୍ଟର, ୬୫ଜଣ ଏସଆଇଙ୍କ ସମେତ ୨୨ଜଣ ଏଏସଆଇ ମଧ୍ଯ ନିୟୋଜିତ ହୋଇଛନ୍ତି l ସେହିପରି ଏକ୍ସ ଆର୍ମି, ଡିଭିଏଫ ମଧ୍ୟ ମୁତୟନ ଅଛନ୍ତି
