ତାଳଚେର : ରାତିରେ ଘରେ ପସି କଳାକନା ବୁଲାଇଲେ ଦୁର୍ବୃତ୍ତ । ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟ୍ । ସିସିଟିଭିରେ କଏଦ ଚୋରି ବେଳର ଦୃଶ୍ୟ । ତାଳଚେର ସଇନାଳି ଗାଁର ବିଜୟ ସାହୁ ଏବଂ ରାଜେଶ୍ ସାହୁଙ୍କ ଘରୁ ହୋଇଛି ଲୁଟ୍ । ଘରେ କେହି ନଥିବାର ସୁଯୋଗ ନେଇ ୫ଜଣ ଲୁଟେରା ଘରେ ପଶିଥିଲେ । ଜଣେ ବାହାରେ ଜଗି ରହିଥିବା ବେଳେ ଅନ୍ୟ ୪ଜଣ ଘରର କବାଟ ଭାଙ୍ଗି ଘର ଭିତରେ ପସି ଆଲମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା ଆଦି ଚୋରି କରିଥିଲେ । ସୁନା ଚେନ୍,୫ଟି ସୁନା ମୁଦି, ୨ଟି ସୁନା ହାର ସମେତ ନଗଦ ଟଙ୍କା ଲୁଟିନେଇଥିବା ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି ବିଜୟ । ଏନେଇ ତଦନ୍ତ ଚଳାଇଛନ୍ତି ଥାନା ଅଧିକାରୀ ।
