ଭୁବନେଶ୍ୱର : ରାଜାଧାନୀରେ ଯୁବକଙ୍କ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ। ହାତରେ ଖଣ୍ଡା ଦୀର୍ଘ ଘଣ୍ଟାଏ ଧରି ଆତଙ୍କ ରଚିଲା ଆତଙ୍କି। ଖାରବେଳ ନଗର ଥାନା ମଦର ଟେରେସା ମାର୍ଗ ( ଫରମ ମାର୍ଟ ସାମ୍ନା ) ରେ ଘଟଣା ଏକ ଘରୋଇ ମାର୍ଟ କର୍ମଚାରୀ ଭୋଜି କରୁଥିବା ବେଳେ ପ୍ରଥମେ ବଚସା ଓ ପରେ ପରେ ହାତାହାତି । କେହି କିଛି ବୁଝିବା ଆଗରୁ ଆଦିତ୍ୟ ପ୍ରଧାନ ନାମକ ଯୁବକ ଖଣ୍ଡାରେ ହାଣି ପକେଇଲେ। ଆକ୍ରମଣରେ ରମେଶ ସେଠୀ ଓ ଅମର ନାମକ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି।
