ଗଜପତି: ଜଳିଗଲା ଧାନ ଗଦା । ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ଭାଲିଆଗଣ୍ଡା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଗାଁ ନିକଟସ୍ଥ ଧାନ ଖଳାରେ ହୋଇଥିବା ବେଳେ ପ୍ରାୟ ଏକ ଏକର ଧାନ ଜଳି ପୋଡି ପାଉଁଶ ହୋଇଯାଇଛି। ଆଜି ଭୋର ସମୟରେ କୌଣସି କାରଣ ବଶତଃ ଧାନ ଖଳାରେ ନିଆଁ ଲାଗି ଯାଇଥିଲା ।
ଖଳାରେ ଥିବା ଗାଁର ୭ଟି ପରିବାରର ଧାନ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି । ଅଗ୍ନିବିପନ୍ନ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।
