ଭୁବନେଶ୍ବର: ମାସେ ଘୁଞ୍ଚିଲା PUCC କଟକଣା ଡେଡଲାଇନ । ବୈଧ PUCC ବିନା ଗାଡ଼ିକୁ ତେଲ ମନା ନିଷ୍ପତ୍ତି ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଲା । ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକଣା ମହଲତ ଅବଧି ବଢ଼ିଛି । ପୂର୍ବରୁ ଜାନୁଆରୀ ପହିଲାରୁ କଟକଣା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ଏପଟେ PUC ସାର୍ଟିଫିକେଟ ପାଇଁ ରାଜ୍ୟର ବିଭିନ୍ନ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।
