ଇସଲାମାବାଦ: ବିଦେଶରେ ବଦନାମ୍ ହେଉଛି ପାକିସ୍ତାନ। ବିଦେଶ ଯାଇ ଭିକ ମାଗୁଛନ୍ତି ପାକିସ୍ତାନୀ। ଭାରତ ବିଭିନ୍ନ ଦେଶ ସହ କୋଟି କୋଟି ଟଙ୍କାର ଡିଲ୍ କରୁଥିବା ବେଳେ ଭିକ ମାଗୁଛି ଶତ୍ରୁ ଦେଶ। ଅତୀତରେ ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ଅନେକ ଖବର ଆସିଛି। ଏବେ ପାକିସ୍ତାନୀ ଭିକାରୀ ଲାଇମ୍ଲାଇଟ୍ ନେଇଛନ୍ତି। ଭାରତୀୟମାନେ ବିଦେଶ ଯାଇ ବଡ଼ ପଦପଦବିରେ ରହି କୋଟିକୋଟି ଟଙ୍କା ରୋଜଗାର କରୁଥିବା ବେଳେ ଆମର ପଡ଼ୋଶୀ ଦେଶର ନାଗରିକ ଖାସ୍ ଭିକ୍ଷାବୃତ୍ତି କରିବାକୁ ଧନୀ ମୁସଲିମ୍ ଦେଶକୁ ଯାଉଛନ୍ତି। ବୁଲିବାକୁ ଯାଇ ପାକିସ୍ତାନୀମାନେ ବିିଭିନ୍ ମକ୍କା ଓ ମଦିନା ବାହାରେ ବସି ଭିକ ମାଗୁଛନ୍ତି। ଏବେ ୩ଟି ଦେଶରୁ ପ୍ରାୟ ୩୨,୫୦୦ ପାକିସ୍ତାନୀ ଭିକାରି ବିଦା ହେବା ପରେ ଏହି ପ୍ରସଙ୍ଗକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅଜରବାଇଜାନ ୨୫୦୦, ୟୁଏଇ ୬ହଜାର ଏବଂ ସାଉଦି ଆରବ ୨୪ହଜାର ଭିକାରୀଙ୍କୁ ନିଜ ଦେଶରୁ ବିଦା କରିଛି।
