ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ । ଜଣେ ଯବାନ ଗୁରୁତର । ସରଣ୍ଡା ଜଙ୍ଗଲର ଆଖପାଖ ଥାନା ଅଞ୍ଚଳରେ ସିଆରପିଏଫ୍, କୋବ୍ରା ବାଟାଲିୟନ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣରେ CRPF କୋବ୍ରା ବାଟାଲିୟନର ଯବାନ ଅଲେଖ ଦାସ ଗୁରୁତର ହୋଇଛନ୍ତି ।
ଗୁରୁତର ଯବାନଙ୍କୁ ସ୍ବତନ୍ତ୍ର ବିମାନରେ ଚିକିତ୍ସା ପାଇଁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ଭାବେ ଚାଲିଥିବା ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କ ମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ । ବିସ୍ଫୋରକ ନିଷ୍କ୍ରିୟ କାରୀ ଟିମ୍ ସହ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
