ଭୁବନେଶ୍ବର: ରାଜଧାନୀର ସତ୍ୟବିହାରରେ ଥିବା ଏକ ବାରରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ସମଗ୍ର ଅଞ୍ଚଳ ଧୂଆଁମୟ। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।ସୂଚନା ଅନୁଯାୟୀ ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ ଥିବା ଏକ ବାର (ନୋ ଲିମିଟ୍)ରେ ଲାଗିଥିଲା ନିଆଁ। ବାରର ଉପରେ ଥିବା ଛାତରେ ନିଆଁ ଲାଗିଥିଲା। ଏହାପରେ ନିଆଁ ସମଗ୍ର ବିଲ୍ଡିଂକୁ ବ୍ୟାପିଥିଲା। ଖବର ପାଇ କାଳ ବିଳମ୍ବ ନ କରି ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ। ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ମାଝୀଙ୍କ ସୂଚନା ଅନୁଯାୟୀ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି। ଏଥିଲାଗି ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା। ତେବେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ।
