ଚଣ୍ଡିଗଡ଼ : ବାରବାଟୀ ପରେ ଆଜି ଚଣ୍ଡିଗଡ଼ ଲଢେଇ । ମୁହାଁମୁହିଁ ହେବେ ଭାରତ-ସାଉଥ ଆଫ୍ରିକା । ବାରବାଟୀରେ ଏକପାଖିଆ ଜିତି ସିରିଜରେ ୧-୦ରେ ଆଗୁଆ ଅଛି ଭାରତୀୟ ଦଳ । ଚଣ୍ଡିଗଡ଼ରେ ବି ବିଜୟଧାର ବଜାୟ ରଖିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟି୨୦ ସିରିଜର ପ୍ରଥମ ମ୍ୟାଚ ଜିତି ସୂର୍ଯ୍ୟବାହିନୀର ମନୋବଳ ଦୃଢ ରହିଛି ।
ଅନ୍ୟପଟେ ବରବାଟୀରେ ଲଜ୍ଜାଜନକ ପରାଜୟର ବଦଲା ନେବାକୁ ଆଜି ଉଦ୍ୟମ କରିବ ଭ୍ରମଣକାରୀ ଦଳ । ମ୍ୟାଚ ଜିଣି ସିରିଜକୁ ୧-୧ରେ ବରାବର କରିବାକୁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା । ଆଜି ସନ୍ଧ୍ୟା ୭ଟାରେ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଏବେ ସୁଦ୍ଧା ମୋଟ ୨୭ଟି ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୪ଟି ମ୍ୟାଚରେ ପରାଜୟ ସ୍ବୀକାର କରିଛି
