ବେଙ୍ଗାଲୁରୁ: କର୍ଣ୍ଣାଟକରେ ନେତୃତ୍ୱ ନେଇ ଚାଲିଥିବା ବିତର୍କ ମଧ୍ୟରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ହାଇକମାଣ୍ଡଙ୍କ ଚେତାବନୀ ସତ୍ତ୍ୱେ କଂଗ୍ରେସ ବିଧାୟକମାନେ ଦିଲ୍ଲୀ ଯିବାକୁ ସ୍ବତନ୍ତ୍ର। ସେମାନେ ନିଜ ଇଛା ଅନୁସାରେ ଦିଲ୍ଲୀ ଯାଇପାରିବେ। କୌଣସି କଟକଣା ନାହିଁ। ସେ ସୂଚିତ କରିଛନ୍ତି, ରାଜ୍ୟର ନେତୃତ୍ୱ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଦଳର କେନ୍ଦ୍ରୀୟ ନେତୃତ୍ୱ ହିଁ ନେବେ। ହାଇକମାଣ୍ଡଙ୍କ ନିଷ୍ପତ୍ତି ସମସ୍ତେ ମାନିବେ।
ସିଦ୍ଧରମୈୟାଙ୍କ ଅନୁଯାୟୀ, ଯଦି ବିଧାୟକମାନଙ୍କର କୌଣସି ମତାମତ କିମ୍ବା ଅଭିଯୋଗ ଅଛି, ତେବେ ସେମାନେ ହାଇକମାଣ୍ଡଙ୍କ ନିକଟରେ ଉଠାଇପାରିବେ। କିନ୍ତୁ ଏନେଇ ଶେଷ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଦ୍ୱନ୍ଦ୍ୱ ଦୂର କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ଆବଶ୍ୟକ।
