ଆନନ୍ଦପୁର : କଲେଜ ବସ୍ କୁ ଧକ୍କା ଦେଲା ହାଇୱା । ଦୁଇ ଡ୍ରାଇଭରଙ୍କ ସମେତ ୫ ଛାତ୍ରଛାତ୍ରୀ ଆହତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ ଜଗନ୍ନାଥପୁରରେ ବସ ଦୁର୍ଘଟଣା । ମାଣିକପୁର ନିକଟରେ ଦୁର୍ଘଟଣା ଘଟିଛି ।
ବସଟି ନୂଆମୁଣ୍ଡି କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ମାଣିକପୁର ନିକଟରେ ଏକ ହାଇୱା ଧକ୍କା ଦେଇଥିଲା । ଏଥିରେ ଦୁଇ ଗାଡିର ଡ୍ରାଇଭରଙ୍କ ସତ ୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
