ଆଠଗଡ଼ : ଘରେ ପଶି ଲୁଟ୍ । ପରିବାର ଲୋକଙ୍କ ମୁହଁରେ ସ୍ପ୍ରେ କରି ଲୁଟିଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟିନେଲେ ।
ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ସାଉରିଆ ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ବନ୍ଧୁକ, ଭୁଜାଲି ଓ ଫାର୍ସା ଦେଖାଇ ୩ଟି ଘରୁ ଲୁଟ୍ କରିଛନ୍ତି । ଗତକାଲି ରାତିରେ ଗାଁ ଭିତରେ ଏକାସାଙ୍ଗେ ୨୦ରୁ ଅଧିକ ଲୁଟେରା ପଶିଥିଲେ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ।
