ଇସଲାମାବାଦ: ପାକିସ୍ତାନରେ ଭିକ୍ଷାବୃତ୍ତି ଆଉ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଏକ ସମୃଦ୍ଧ ଶିଳ୍ପରେ ପରିଣତ ହୋଇଛି। ଏହାର ଚେର କେବଳ ଦେଶ ଭିତରେ ନୁହେଁ ବରଂ ସାଉଦି ଆରବ ତଥା ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଧନୀ ଉପସାଗରୀୟ ଦେଶଗୁଡ଼ିକୁ ମଧ୍ୟ ବ୍ୟାପିଛି।
ସାମ୍ପ୍ରତିକ ରିପୋର୍ଟ ସୂଚାଇ ଦେଉଛି ଯେ, ଏହି “ଶିଳ୍ପ” ଆଶ୍ଚର୍ଯ୍ୟଜନକ ସଂଖ୍ୟାରେ ପହଞ୍ଚିଛି। ଏହି ପରିସ୍ଥିତି କେବଳ ପାକିସ୍ତାନର ଆର୍ଥିକ ଦୁର୍ଦ୍ଦଶା ନୁହେଁ ବରଂ ଏହାର ଅନ୍ତର୍ଜାତୀୟ ଦିଗକୁ ମଧ୍ୟ ପ୍ରତିଫଳିତ କରୁଛି।ପାକିସ୍ତାନରେ ଭିକ୍ଷାବୃତ୍ତି ଏକ ସଂଗଠିତ ଶିଳ୍ପରେ ପରିଣତ ହୋଇଛି। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ, ଏହି ଶିଳ୍ପର ମୂଲ୍ୟ ପ୍ରାୟ ୪୨ ଶହ କୋଟି ଡଲାର(ପ୍ରାୟ ୩,୫୦,୦୦୦ କୋଟି ଟଙ୍କା)। ଏହା ପାକିସ୍ତାନର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଯାହା ଦେଶ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଭିକ୍ଷାବୃତ୍ତିରେ ଜଡିତ ଲୋକଙ୍କ ସଂଖ୍ୟା ଦେଶରେ ଦାରିଦ୍ର୍ୟ ଏବଂ ବେକାରୀର ପରିମାଣକୁ ପ୍ରତିଫଳିତ କରୁଛି।
