ପୁରୀ: ଶରଣ ରକ୍ଷଣ ମହାପ୍ରଭୁ । ଅପାର ଶ୍ରୀଜଗନ୍ନାଥଙ୍କ ମହିମା । ଶୁଣିଲେ ରାଜସ୍ଥାନର ଭକ୍ତଙ୍କ ଡାକ । ସୁସ୍ଥ ହେଲା ଅସୁସ୍ଥ ପିଲା। କୃତଜ୍ଞତା ଜଣାଇବାକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ପରିବାର । ସାଙ୍ଗରେ ଆଣିଛନ୍ତି କୁନି ପିଲାକୁ । ରାଜସ୍ଥାନ ପାସୱାଡ଼ାର ଏହି ଭକ୍ତ ନିଜ ଶିଶୁକୁ ବଞ୍ଚାଇବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ଡାକ୍ତରଙ୍କ ପାଖରୁ ନିରାଶ ହେବା ପରେ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ।
ପୁରୀ ମହାପ୍ରଭୁଙ୍କ ଶରଣ ପଶିଥିଲେ। ନୀଳକନ୍ଦରରୁ ଡାକ ଶୁଣିଲେ ମହାପ୍ରଭୁ। ଅସୁସ୍ଥ ଶିଶୁକୁ ସୁସ୍ଥ କଲେ । ଶିଶୁଟି ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ପୁଅ ସୁସ୍ଥ ହେବାରୁ ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇବାକୁ ରାଜସ୍ଥାନରୁ ଦୌଡ଼ି ଆସିଛନ୍ତି ପିଲାର ବାପା ମାଆ। ସାଙ୍ଗରେ ପୁଅକୁ ଆଣିଛନ୍ତି। ଲୋଟାଇ ଦେଇଛନ୍ତି ମହାପ୍ରଭୁଙ୍କ ଚରଣାରବିନ୍ଦରେ।
