ଭୁବନେଶ୍ବର: ପାଇଖାନା ଟାଙ୍କିରେ ଦେଶୀ ମଦ । ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାର୍ଡ । ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଇନଫୋସିଟି ଅବାକରୀ ଥାନା ଅଞ୍ଚଳରେ ଚଢ଼ାଉ ହୋଇଛି । ପାଇଖାନା ଟାଙ୍କି କରି ମଦ ଲୁଚାଇଥିଲେ ଦୁର୍ବୃତ୍ତ । ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ୫୪୦ ଲିଟର ଦେଶୀ ମଦ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
