ବ୍ରହ୍ମପୁର: ଫାଟିଲା ସିଲିଣ୍ଡର, ଜଳିଗଲା ଚା’ ଦୋକାନ । ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରେ ଅଘଟଣ । ଆଜି ଭୋର ୩ଟାରେ ଏଭଳି ଅଗ୍ନିକାଣ୍ଡ ହୋଇଛି । ଦୋକାନ ଭିତରେ ଚା ତିଆରି ପାଇଁ ଗ୍ୟାସରେ ହାଣ୍ଡି ବସିଥିଲା । ଏହି ସମୟରେ ହଠାତ ଦୋକାନରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଘଟି ଦୋକାନରେ ଥିବା ଫ୍ରିଜ, ଭେରାଇଟି ସାମଗ୍ରୀ, ନଗଦ ଟଙ୍କା ସହ ବହୁ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି ।
ଦୋକାନ ନିକଟରେ ଥିବା ଜୟ ପାହାନ ନାମକ ଜଣେ ବ୍ୟକ୍ତିଙ୍କ ଲୁନା ମଧ୍ୟ ଜଳିଯାଇଛି । ଖଲ୍ଲିକୋଟ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
