ସୁବର୍ଣ୍ଣପୁର : ଅମାନିଆ ଲିଜ ଧାରୀଙ୍କ ବାଲି ଘାଟରେ ଖଣି ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ । ତିନି ଗୋଟି ମେସିନ୍ ସହିତ ଗଚ୍ଛିତ ଶହ ଶହ ଟ୍ରିପ୍ ବାଲି ଜବତ । କଟକ ଜିଲ୍ଲାର ବାଙ୍କୀ ତହସିଲ ଅନ୍ତର୍ଗତ ମହାନଦୀର ଓସ୍ତିଆ ବାଲିଘାଟ ଓସ୍ତିଆ ଗାଁର ପଟୁଗଦାଧରପୂର୍ ମୌଜାର ପ୍ଲଟ ନମ୍ବର ୧ ମୋଟ ୧୨ଏକର ୩୫ ଡିସିମିଲ ସ୍ଥାନରୁ ପାଞ୍ଚ ବର୍ଷୀୟା ବାଲି ଉଠାଣ ପାଇଁ ନିଲାମଧାରୀ ଚୁକ୍ତିନାମା କରିଥିଲା।
ଏବେ ଏହି ସ୍ଥାନରୁ ଉଠାଣ କରୁନାହାନ୍ତି । ମାତ୍ର ନିଲାମ ନେଇଥିବା ଲିଜଧାରୀ ଜଣକ ଓସ୍ତିଆ ଘାଟରୁ ବାଲି ନ ଉଠାଇ ସୁବର୍ଣ୍ଣପୁର ଗ୍ରାମ ପଞ୍ଚାୟତର ଜଳ ସମ୍ପଦ ବିଭାଗ ଅଧୀନରେ ଆସୁଥିବା ମହାନଦୀ ବନ୍ଧକୁ କାଟି ନୂତନ ଭାବେ ଘାଟ ଖୋଲି ବାଲି ଉତ୍ତୋଳନ କରି ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ପୁଣି ଦିନ ବେଳା ବାଲି ଉଠାଣ ପାଇଁ ଅନୁମତି ମିଳି ନ ଥିବା ବେଳେ ରାତିରେ ବାଲି ନେବା ପରିବର୍ତ୍ତେ ଏବେ ଦିନ ଦୁଇ ପ୍ରହରରେ ଜେସିବି ମେସିନ ସାହାଯ୍ୟରେ ଉତ୍ତୋଳନ ହେଉଛି । ଯାହାକୁ ନେଇ ଓସ୍ତିଆ ଗ୍ରାମବାସୀ ମାନେ ଅଭିଯୋଗ କରୁଥିଲେ ମଧ୍ୟ ଲିଜଧାରୀ କାହାକୁ ମାନୁ ନାହିଁ ।
ମହାନଦୀର ଯେଉଁ ସ୍ଥାନରେ ଲିଜଧାରୀ ବନ୍ଧ କାଟି ବାଲି ଉତ୍ତୋଳନ କରୁଛନ୍ତି ସେହି ସ୍ଥାନରେ ଘାଟ ନ ଖୋଲିବା ପାଇଁ ଆଠଗଡ ଜଳ ସମ୍ପଦ ବିଭାଗ ଖଣି ବିଭାଗକୁ ଚିଠି ମାଧ୍ୟମରେ ବନ୍ଦ କରିବାକୁ କହିଥିବା ବେଳେ ଶୁଣୁ ନାହାନ୍ତି ଖଣି ବିଭାଗରୁ ଓସ୍ତିଆ, ଆନନ୍ଦପୁର, ବିଷ୍ଣୁପୁର ସହିତ ସୁବର୍ଣ୍ଣପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ଏବେ ବନ୍ଧକୁ କଟା ଯିବାରୁ ନିଶ୍ଚିତ ବନ୍ୟାଜଳ ପ୍ରବେଶ କରିବ, ଫଳରେ ଶହ ଶହ ହେକ୍ଟର ଜମିରେ ପାଣି ମାଡି ରହିବ । ତେଣୁ ନିଲାମ ନେଇଥିବା ନିଲାମଧାରୀ ମହାନଦୀର ଓସ୍ତିଆରେ ପୁର୍ବରୁ ଯେଉଁ ସ୍ଥାନରେ ବାଲି ଘାଟ ଚାଲୁଥିଲା ସେହି ସ୍ଥାନରେ ଖୋଲାଯିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।
ବେଆଇନ ଭାବେ ଘାଟରୁ ବାଲି ଉଠାଣ କରୁଥିବାରୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବାଙ୍କୀ ତହସିଲଦାର ଓ ଖଣି କଟକ ଖଣି ବିଭାଗ ଅଧିକାରୀ ତିନି ଗୋଟି ମେସିନ୍ ଓ ବାହାରେ ଗଚ୍ଛିତ ଥିବା ଶହ ଶହ ଟ୍ରିପ ବାଲିକୁ ଜବତ କରିଛନ୍ତି । ଯେହେତୁ ଲିଜଧାରୀ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରୁଛି ତେବେ ତଦନ୍ତ ପରେ ଲିଜକୁ ବାତିଲ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ସୁବର୍ଣ୍ଣପୁରଠାରେ ଚାଲିଥିବା ବାଲିଘାଟକୁ ବନ୍ଦ କରିବା ସହିତ ବାଲିଘାଟ ଲିଜଧାରୀଙ୍କ ଚୁକ୍ତିନାମାକୁ ବାତିଲ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ।
