ବିହାରରେ ବାଜି ମାରିବ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ। ବୁଥ ବାହୁଡ଼ା ମତରୁ ଏନଡିଏ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି। ୬ଟି ଏକଜିଟ ପୋଲ ଆକଳନର ପଳାଫଳ ଏନଡିଏ ସପକ୍ଷରେ ଯାଇଛି। ଦୈନିକ ଭାସ୍କର ଏକଜିଟ ପୋଲରେ ଏନଡିଏକୁ ୧୪୫ରୁ ୧୬୦ ଆସନ ମିଳିଛି। ମହାମେଣ୍ଟକୁ ୭୩ରୁ ୯୧ଟି ଆସନ ମିଳିଛି। ମାଟ୍ରିଜରେ ଏନଡିଏକୁ ୧୪୭ରୁ ୧୬୭ ଆସନ ଓ ମହାମେଣ୍ଟକୁ ୭୦ରୁ ୯୦ ଆସନ ମିଳିଛି।
ଚାଣକ୍ୟ ଏନଡିଏକୁ୧୩୦ରୁ ୧୩୮ ଆସନ ଦେଇଥିବା ବେଳେ ମହାମେଣ୍ଟକୁ ୧୦୦ରୁ ୧୦୮ ଆସନ ଦେଇଛି। ଜେଭିସିରେ ଏନଡିଏ ୧୩୫ରୁ ୧୫୦ ଓ ମହାମେଣ୍ଟ ୮୮ରୁ ୧୦୩ ଆସନ ପାଇଛନ୍ତି। ପି ମାର୍କରେ ଏନଡିଏକୁ ୧୪୨ରୁ ୧୬୨ ଓ ମହାମେଣ୍ଟକୁ ୮୦ରୁ ୯୮ ଆସନ ଲାଭ କରିଛନ୍ତି। ପିପୁଲସ ପଲସରେ ଏନଡିଏ ୧୩୩ରୁ ୧୫୯ ଓ ମହାମେଣ୍ଟକୁ ୭୫ରୁ ୧୦୧ ଆସନ ମିଳିଛି। ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି କୌଣସି ପ୍ରକାର ପ୍ରଭାବ ପକାଇପାରିବାକୁ ସକ୍ଷମ ହୋଇନାହିଁ। ବିହାର ବିଧାନସଭାର ଆସନ ସଂଖ୍ୟା ୨୪୩ ରହିଥିବା ବେଳେ ମ୍ୟାଜିକ ନମ୍ବର ୧୨୨।
