ଗତକାଲି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆପଡ଼ାରେ ବିରାଟ ରୋଡ ଶୋ କରି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ୭ ତାରିଖରେ ବିଜେଡି ସଭାପତି ନବିନ ପଟ୍ଟନାୟକ ନୂଆପଡ଼ା ଆସି ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନୂଆପଡ଼ା ଆସି ରୋଡ ଶୋ କରି ଭୋଟ ପ୍ରଚାର କରିଥିଲେ ।
ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଖରୀଆର ରୋଡ଼ ସହରରୁ ନୂଆପଡ଼ା ଏକତା ଛକ ଯାଏ ବିରାଟ ଶୋଭାଯାତ୍ରା ଆୟୋଜନ ହେବ । ଏଥିରେ ପିସିସି ସଭାପତିଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗଦେଇ ଦଳୀୟ ପ୍ରାର୍ଥୀ ଘାସିରାମ ମାଝି ଙ୍କ ପାଇଁ ଭୋଟ ଭିକ୍ଷା କରିବେ । ସେହିଭଳି ନୂଆପଡ଼ା ପୋଲିସ ପଡିଆଠାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଭୋଟ ମାଗିବେ।
