ଘୁମୁସର ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ଭୋର ସକାଳୁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କର ପରିଚୟ ମିଳିପାରି ନାହିଁ।ସୂଚନା ଅନୁସାରେ ଯାତ୍ରୀବାହୀ ବସ୍ ‘ଶ୍ରୀରାମ’ (ଓଡ଼ି 05F0629) ବରଗଡ଼ ଠାରୁ ଗତକାଲି ରାତିରେ ବାହାରିଥିଲା ଏବଂ ଏହା ସକାଳୁ ବ୍ରହ୍ମପୁରରେ ପହଞ୍ଚି ଥାନ୍ତା। କିନ୍ତୁ ବସ୍ଟି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରକୋଟ ପୂର୍ବ ଏକ ବୁଲାଣିରେ ୪ଟା ୨୦ ମିନିଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍ର ଚାଳକ ନିୟନ୍ତ୍ରଣ ହରାଇବାରୁ ଓଲଟି ପଡ଼ିଥିଲା ଏବଂ ରାସ୍ତାର ଡାହାଣ ପାର୍ଶ୍ଵ ସିସି ସୁରକ୍ଷା ପାଚେରୀ ଡେଇଁ ଭିତରକୁ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମୟରେ ବସ୍ରେ ମୋଟ୍ ୨୪ ଜଣ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀମାନେ ବିିଭିନ୍ନ ସ୍ଥାନରେ ଓହ୍ଲାଇ ସାରିଥିଲେ।
