ବାଘମାରୀ: ଖୋର୍ଦ୍ଧାଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ ହୋଇଛି । ବୁଧବାର ସୀମା ବିବାଦକୁ ନେଇ ପୋଡ଼ାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଗୁରୁବାର ଦିନ ସୀମା ବିବାଦକୁ ନେଇ ପୁଣି ହିଂସା ଘଟିବା ପରେ ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ ଓସ୍ତପୁର-କୋଟାପାଳ ଗାଁରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଅଞ୍ଚଳରେ ୧୬୩ ଧାରା ଜାରି କରିଛନ୍ତି।ବୁଧବାର ଦିନ ଆରମ୍ଭ ହୋଇଥିବା ଏହି ସଂଘର୍ଷ, ଗାଁ ନାମ ସାଇନବୋର୍ଡ ଲଗାଇବା ବିବାଦରୁ ଆରମ୍ଭ ହୋଇଥିଲା। ପରିସ୍ଥିତି ବିଗିଡ଼ି ଯାଇଥିଲା। ଉଭୟ ପକ୍ଷରୁ ପଥର, କାଚ ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ମାଡ଼ କରାଯାଇଥିଲା। ଏହା ଦ୍ବାରା ବହୁ ଲୋକ ଆହତ ହୋଇଥିଲେ ଏବଂ ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା।
