ନୂଅାଦିଲ୍ଲୀ: ଦିଲ୍ଲୀର ବାୟୁ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଲଗାତାର ଦ୍ୱିତୀୟ ଦିନ ପାଇଁ ‘ଖରାପ’ ବର୍ଗରେ ରହିଛି। ଶୁକ୍ରବାର ଦିଲ୍ଳୀର ବାୟୁ ଗୁଣବତ୍ତା ସୂଚନାଙ୍କ (ଏକ୍ୟୁଆଇ) ୨୧୮ ଥିବା ବେଳେ ଶନିବାର ସମାନ୍ୟ ବୃଦ୍ଧି ପାଇ ୨୩୩ରେ ପହଞ୍ଚିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଓ ଏକ୍ୟୁଆଇ ‘ମଧ୍ୟମ’ ଏବଂ ‘ଖରାପ’ ବର୍ଗ ମଧ୍ୟରେ ରହିଛି, ଉତ୍ତର ଦିଲ୍ଲୀର ୱାଜିରପୁର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଥିଲା, ଯାହାର ଏକ୍ୟୁଆଇ ଥିଲା ୩୨୩। ଯାହାକି ‘ଅତ୍ୟନ୍ତ ଖରାପ’ ବର୍ଗ ଅନ୍ତର୍ଭୂକ୍ତ।
