ସାନଖେମୁଣ୍ଡି,-ଗଞ୍ଜାମ ଜିଲ୍ଲାର ଏକମାତ୍ର ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ଯାହାକି ସାନଖେମୁଣ୍ଡି ବ୍ଲକ ର ସମସ୍ତ ଯକ୍ଷ୍ମା ରୋଗୀ ମାନଙ୍କୁ ନିଜର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଟି, ଵି ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ ଯକ୍ଷ୍ମା ରୋଗୀଙ୍କୁ ସୁଷୁମ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି,
ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡ଼ପଡା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ବାହନ ଦାସ ନିର୍ଦେଶ କର୍ମରେ ଯକ୍ଷ୍ମା ନିରୀକ୍ଷକ ଶିବଶଙ୍କର ଦାଶ ଙ୍କ ତତ୍ତ୍ୱ ଅବଧାନରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇ ଥିଲା, ଉକ୍ତ ଶିବିର ରେ ଡାକ୍ତର ସତ୍ୟରାୟଣ ସାହୁ ଯକ୍ଷ୍ମା ରୋଗର ନିବାରଣ ଓ ନିୟତ୍ରଣ କହିଥିବା ବେଳ ଫାର୍ମାସିଷ୍ଟ ନିରଞ୍ଜନ ପାତ୍ର ଠିକ ସମୟରେ ଔଷଧ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ବୁଝାଇ ଥିଲେ, ଅନ୍ୟମାନଙ୍କ ମଧ୍ୟରେ ଶୁଭକାମନା ଚାରିଟେବୁଲ ଷ୍ଟ୍ରଷ୍ଟ ଅଧ୍ୟକ୍ଷ ତଥା ନିର୍ଦେଶକ ମନୋଜ କୁମାର ରଥ ରୋଗୀ ମାନଙ୍କ ସୁସ୍ଥ ଆରୋଗ୍ୟ କାମନା କରିବାସହ ଗରିବ ଆଜମା ରୋଗୀ ଥିଲେ ସେମାଙ୍କୁ ମାଗଣା ଔଷଧ ଦେବାପାଇଁ କହିଥିଲେ, ସ୍ୱାସ୍ଥ୍ୟ କର୍ମୀ ତରୁଣ ମହାପାତ୍ର ବହୁ ଆଶା କର୍ମୀ, ଷ୍ଟ୍ରଷ୍ଟ ଉପଦେଷ୍ଟା ଜଗନ୍ନାଥ ପଣ୍ଡା, ଜାଗିଲି ସାହୁ, ଉମା ଚରଣ ପ୍ରଧାନ ପ୍ରଦୀପ ସାହୁ ଉପସ୍ଥିତ ରେ ୧୨୦ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟି କର ଶୁଖିଲା ଖାଦ୍ୟ ବାସ୍କେଟ ବଣ୍ଟନ କରାଗଲା |
