ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୬ ତାରିଖରେ ହେବାକୁ ଯାଉଛି। ଏହା ପୂର୍ବରୁ, ସମସ୍ତ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ବିହାର ନିର୍ବାଚନରେ ନେତାମାନଙ୍କ ନାମାଙ୍କନ ଦାଖଲ ଶୈଳୀ ଖୁବ ଚର୍ଚ୍ଚାରେ ରହିଛି। କିଏ ମଇଁଷି ଉପରେ ଚଢ଼ି ଆସିଲାଣି ତ ପୁଣି କିଏ ହାତକଡ଼ି ପିନ୍ଧି ନିର୍ବାଚନ ମଇଦାନକୁ ପ୍ରବେଶ କରିଛନ୍ତି।
ବିହାର ନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ଦଳ ଜନଶକ୍ତି ଜନତା ଦଳର ପ୍ରାର୍ଥୀ ଧର୍ମେନ୍ଦ୍ର କୁମାର “କ୍ରାନ୍ତିକାରୀ” ଶୁକ୍ରବାର ବରୌଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଦାଖଲ କରିବାକୁ ହାତକଡ଼ି ପିନ୍ଧି ପହଞ୍ଚିଥିଲେ।ଅନ୍ୟପକ୍ଷରେ, ଆରୱାଲ ବିଧାନସଭା ନିର୍ବାଚନମଣ୍ଡଳୀର ଆଉ ଜଣେ ଭାଇରାଲ ଷ୍ଟାର ଅରୁଣ ଯାଦବଙ୍କୁ ନେଇ ମଧ୍ୟ ଆଲୋଚନା ହେଉଛି। ଲୋକମାନେ ତାଙ୍କର ନାମାଙ୍କନ ଦାଖଲ ପାଇଁ ପ୍ରବେଶ ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। । ଏହି ଅବସରରେ ଅରୁଣ ଯାଦବ କହିଥିଲେ, “ରାଜନୀତିରେ ମୋର ଏକମାତ୍ର ଆଦର୍ଶ ହେଉଛନ୍ତି ଲାଲୁ ଜୀ, ତେଣୁ ତାଙ୍କ ଆଶୀର୍ବାଦ ନେଇ ମୁଁ ମୋର ନାମାଙ୍କନ ଦାଖଲ କରିବାକୁ ଆସିଛି।”
