April 12, 2026

Year: 2026

ଭୁବନେଶ୍ୱର : ଗୃହରେ ଗ୍ୟାସ ତାତି ।  ଚାଲିପାରୁନି ବିଧାନସଭା ।  ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ।  ପ୍ରଶ୍ନକାଳ ଆରମ୍ଭରୁ ଗୃହରେ...
ଖରାଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରବଳ ସୂର୍ଯ୍ୟ କିରଣ ଏବଂ ଗରମ ପବନ ହେତୁ ଲୋକମାନେ ଶୀଘ୍ର ଅସୁସ୍ଥ...
ଫାରୁକ୍ ଅବଦୁଲ୍ଲାଙ୍କୁ ହତ୍ୟା ଉଦ୍ୟମ !। ଅଳ୍ପକେ ବର୍ତ୍ତିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ। ଜମ୍ମୁରେ ଏକ ହୋଟେଲରେ କାର୍ଯ୍ୟକ୍ରମବେଳେ ଫାରୁକଙ୍କ ଉପରେ ଗୁଳିମାଡ଼...
ନୂଆଦିଲ୍ଲୀ: ଇରାନ ଉପରେ ହେବ ଭୟଙ୍କର ଆକ୍ରମଣ । ଜୋରଦାର ଆକ୍ରମଣ ହେବ ବୋଲି ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ । ଗତ ୧୨ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ଇରାନ ଏପର୍ଯ୍ୟନ୍ତ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ‘ଅପରେସନ୍ ଏପିକ୍ ଫ୍ୟୁରୀ‘ ଅନ୍ତର୍ଗତ ଇରାନ ଉପରେ ସର୍ବାଧିକ ସଂଖ୍ୟାରେ ଫାଇଟର ଜେଟ୍ ଏବଂ ବୋମା ବର୍ଷଣକାରୀ ବିମାନ ଆକ୍ରମଣ ହେବ । ଇରାନର ମିସାଇଲ୍ ଭଣ୍ଡାର, ନୌସେନା ବେସ୍ ଏବଂ ପ୍ରତିରକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଏହି ଆକ୍ରମଣର ଲକ୍ଷ୍ୟ ହେବ ବୋଲି ହେଗସେଥ କହିଛନ୍ତି । ସେପଟେ ଇସ୍ରାଏଲ ସହିତ ହେବାକୁ ଥିବା ମିଳିତ ଅପରେସନରେ ଇରାନ ସମେତ ଦକ୍ଷିଣ ଲେବାନନରେ ଥିବା ହିଜବୁଲ ଆଡ୍ଡା ଉପରେ ମଧ୍ୟ ଭୟଙ୍କର ଏୟାରଷ୍ଟ୍ରାଇକ ହେବ ବୋଲି କୁହାଯାଇଛି । ଗତ ୧୨ ଦିନ ଧରି ଚାଲିଥିବା ଯୁଦ୍ଧରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ଯଦି ଆମେରିକା ସବୁଠାରୁ ବଡ଼ ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି ।